इस जानकारी को छोड़ दें

କʼଣ ଯିହୋବାଙ୍କ ସାକ୍ଷୀମାନେ ଭାବନ୍ତି ଯେ କେବଳ ସେମାନଙ୍କର ଉଦ୍ଧାର ହେବ ?

କʼଣ ଯିହୋବାଙ୍କ ସାକ୍ଷୀମାନେ ଭାବନ୍ତି ଯେ କେବଳ ସେମାନଙ୍କର ଉଦ୍ଧାର ହେବ ?

 ନା । ହଜାର ହଜାର ବର୍ଷର ଅତୀତରେ, ଏପରି ଲକ୍ଷ ଲକ୍ଷ ଲୋକେ ଯେଉଁମାନେ ଜୀବିତ ଥିଲେ ଏବଂ ଯେଉଁମାନେ ଯିହୋବାଙ୍କ ସାକ୍ଷୀ ନ ଥିଲେ, ସେମାନେ ମଧ୍ୟ ଉଦ୍ଧାର ପାଇପାରିବେ । ତାହା କିପରି ? ବାଇବଲ କହେ ଯେ ଈଶ୍ୱର ପ୍ରତିଜ୍ଞା କରିଥିବା ନୂତନ ପୃଥିବୀରେ “ଧାର୍ମିକ ଓ ଅଧାର୍ମିକ ଉଭୟଙ୍କର ପୁନରୁତ୍ଥାନ ହେବ ।” (ପ୍ରେରିତ ୨୪:୧୫) ଏହା ସହିତ, ବର୍ତ୍ତମାନ ଯେଉଁମାନେ ଜୀବିତ ଅଛନ୍ତି, ସେମାନେ ହୁଏତ ଈଶ୍ୱରଙ୍କ ସେବା ଆରମ୍ଭ କରିପାରିବେ ଏବଂ ସେମାନେ ମଧ୍ୟ ଉଦ୍ଧାର ପାଇପାରିବେ । କିନ୍ତୁ ଉଭୟ କ୍ଷେତ୍ରରେ, କିଏ ଉଦ୍ଧାର ପାଇବ କିମ୍ବା କିଏ ପାଇବ ନାହିଁ, ତାହା ବିଚାର କରିବା ଆମର କାମ ନୁହେଁ । ଏହା ନିର୍ଣ୍ଣୟ କରିବାର ଅଧିକାର ଯଥାର୍ଥ ଭାବେ ଯୀଶୁ ଖ୍ରୀଷ୍ଟଙ୍କୁ ଦିଆଯାଇଛି ।—ଯୋହନ ୫:୨୨, ୨୭.