ଗୀତ ୧୫୧
ସେ ତାଙ୍କୁ ଡାକିବେ
-
୧. ଜୀବନ ଆମ ଧୂଆଁ ସଦୃଶ,
କ୍ଷଣିକରେ ଅଦୃଶ୍ୟ ।
ଜାଣେ ନାହିଁ କʼଣ ହେବ କାଲି,
ହୁଏତ ରହିବାନି !
କେବେ ପାଇବା, ସଦା ଜୀବନ ?
ଶୁଣ ଏହି ବଚନ:
(ଘୋଷା)
ଆମର ପିତା ଯିହୋବା,
ଯେବେ ଦେବେ ଡାକରା,
ଆସିବେ ସବୁ ଫେରି,
ଶ୍ୱାସ ଦେବେ ସେ ପୁଣି ।
ଯିହୋବା, କରୁ ଭରସା,
ନୁହେଁ ଏହା କଳ୍ପନା ।
ଦେଖିବା ନିଜ ସୃଷ୍ଟି,
ହୁଅ ବ୍ୟାକୁଳ ଅତି ।
-
୨. ଯେ କେହି ଜୀବନ ହରାଇଲେ,
ପିତା ରଖନ୍ତି ମନେ ।
ଯିହୋବାଙ୍କର ସେମାନେ ମିତ୍ର,
ଦେଖିବା ତାଙ୍କୁ ଶୀଘ୍ର ।
ପୃଥିବୀ ହେବ, ହଁ ପାରଦୀଶ,
ବଞ୍ଚିବା ସଦାକାଳ ।
(ଘୋଷା)
ଆମର ପିତା ଯିହୋବା,
ଯେବେ ଦେବେ ଡାକରା,
ଆସିବେ ସବୁ ଫେରି,
ଶ୍ୱାସ ଦେବେ ସେ ପୁଣି ।
ଯିହୋବା, କରୁ ଭରସା,
ନୁହେଁ ଏହା କଳ୍ପନା ।
ଦେଖିବା ନିଜ ସୃଷ୍ଟି,
ହୁଅ ବ୍ୟାକୁଳ ଅତି ।
(ଯୋହ. ୬:୪୦; ୧୧:୧୧, ୪୩; ଯାକୁ. ୪:୧୪ ମଧ୍ୟ ଦେଖନ୍ତୁ ।)